ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ପାରାଦ୍ବୀପରେ ଅବକାରୀ ବିଭାଗ ର ବଡ଼ ଧରଣର ଚଢାଉ । ୧୨ କେଜି ଗଞ୍ଜେଇ, ୧ ଲକ୍ଷ ୧୬ ହଜାର ଟଙ୍କା ସହ ୨ ଗିରଫ ।

sumanta swain | 30 Sep 2026 | 7 min read | 11 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦ୍ବୀପ ଅବକାରୀ ରେଞ୍ଜ ଓ ପାରାଦ୍ବୀପ ଅବକାରୀ ଥାନା ପକ୍ଷରୁ ଆଜି ପୂର୍ବାହ୍ନରେ ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଚଢାଉ କରାଯାଇ ୧୨ କେଜି ଗଞ୍ଜେଇ ସହ ଗଞ୍ଜେଇ କାରବାର ରେ ବ୍ୟବହୃତ ୧ ଲକ୍ଷ ୧୬ ହଜାର ୨ ଶହ ଟଙ୍କାର ଅର୍ଥରାଶି ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।
ଘଟଣାରୁ ପ୍ରକାଶ ଥାଉ କି ପାରାଦ୍ବୀପ ଗଡ଼ ନିମିଢି ଗ୍ରାମର ସ୍ବର୍ଗତ ଭୀମା ସ୍ବାଇଁଙ୍କ ବଡପୁଅ ଆମ୍ବିଳ ସ୍ବାଇଁ (୪୮) ଓ ସାନପୁଅ ଲୋକନାଥ ସ୍ବାଇଁ (୪୬) ଗଞ୍ଜେଇ ବେପାରରେ ଲିପ୍ତଥିବାର ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ପାରାଦ୍ବୀପ ଅବକାରୀ ବିଭାଗର ମିଳିତ ଟିମ ପାରାଦ୍ବୀପ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ନିମିଢି ଗ୍ରାମରେ ଚଢାଉ କରିଥିଲେ । ଅଭିଯୁକ୍ତ ଦୁଇ ଭାଇ ଗଞ୍ଜେଇ ଭର୍ତି ଜରିବସ୍ତା ସହ ଫେରାଇ ହେବାକୁ ଉଦ୍ୟମ ହେଉଥିବାବେଳେ ସେମାନଙ୍କୁ କାବୁ କରି ନେଇଥିଲେ । ଯାଞ୍ଚ ପରେ ସେମାନଙ୍କ ହେପାଜତରୁ ୧୨ କେଜି ଗଞ୍ଜେଇ, ନଗଦ ୧ ଲକ୍ଷ ୧୬ ହଜାର ୨ ଶହ ଟଙ୍କା ବରାମଦ ହୋଇଥିଲା । ଦୁଇ ଭାଇଙ୍କୁ ଏନ୍ଡି ପି ଏସ୍ ଆଇନ ୧୯୮୫ ଅନୁସାରେ ପାରାଦ୍ବୀପ ଅବକାରୀ ରେଞ୍ଜ କେସ୍ ନଂ- ୪୩୵୨୦୨୬-୨୭ ରେ ମାମଲା ଋଜୁ କରାଯାଇ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ଅଦାଲତ କୁ ଚାଲଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ କୁ ପଠାଯାଇଛି । ଆଜିର ଏହି ଚଢାଉ ରେ ପାରାଦ୍ବୀପ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ଧର୍ମପଦ ଦାସ, ଏ ଏସ୍ ଆଇ ଗୟାଧର ସେଠୀ, କନଷ୍ଟେବଳ ମନୋରଞ୍ଜନ ଦାସ, ଜୟଦେବ ପାତ୍ର, ସନ୍ତୋଷୀ ସାହୁ ପ୍ରମୁଖ ସାମିଲ ଥିଲେ ।

ଏହି ଜବତ ଗଞ୍ଜେଇ ସହ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ସଂଯୋଗ ଥିବାର ଅନୁସନ୍ଧାନ କରିବା ରେ ଅଭିଯୁକ୍ତମାନଙ୍କୁ ଅଧିକ ପଚରା ଉଚୁରା ପାଇଁ ରିମାଣ୍ଡରେ ଆଣିବା ପାଇଁ ଅବକାରୀ ଟିମ୍ ଆବେଦନ କରିବ ବୋଲି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...