ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ

sumanta swain | 17 Nov 2026 | 20 min read | 4 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ସର୍ବବୃହତ୍ ବେସରକାରୀ ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ (NBFC) ତଥା ବଜାଜ୍ ଫିନସର୍ଭର ଏକ ଅଂଶ, ବଜାଜ୍‌ ଫାଇନାନ୍ସ ଲିମିଟେଡ଼ ପକ୍ଷରୁ ଏହାର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ, ଯାହାର ନାମ ଅର୍ଥସୂତ୍ର ସମ୍ବାଦ, ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନୂଆଗାଁର ଏଚ୍.ଏମ୍. କୁଞ୍ଜ ବିହାରୀ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଏବଂ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ୧୬ ନଭେମ୍ବର '୨୬ (ସୋମ‌ବାର‌) ଦିନ ଆୟୋଜନ କରାଯାଇଥିଲା I

ଏହାର ଦେଶବ୍ୟାପୀ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, ଗ୍ରାମୀଣ ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବା ପାଇଁ ବଜାଜ୍‌ ଫାଇନାଙ୍କୁ ଏହି କ୍ଷେତ୍ର ସ୍ତରୀୟ ପଦକ୍ଷେପ ଗ୍ରହଣ କରିଛି I ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସାକ୍ଷରତା ଅଭିଯାନ ସହିତ ସାମଞ୍ଜସ୍ୟ ରଖୁ, ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ସଠିକ୍ ଆର୍ଥିକ ଅଭ୍ୟାସ, ପ୍ରଭାବଶାଳୀ ଅର୍ଥ ପରିଚାଳନା, ଡିଜିଟାଲ୍ ସୁରକ୍ଷା ଏବଂ ଆର୍ଥିକ ଠକେଇରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଶିକ୍ଷିତ କରାଯାଇଥିଲା I

ଏହି ଅଭିଯାନ ସମୟରେ, ବଜାଜ୍ ଫାଇନାକ୍ସ ପ୍ରତିନିଧୂମାନେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସଞ୍ଚୟ, ବଜେଟିଂ, ଦାୟିତ୍ଵବାନ ଋଣ ନେବା, ଠିକ୍ ସମୟରେ ଋଣ ପରିଶୋଧ ଏବଂ ସୁରକ୍ଷିତ ଡିଜିଟାଲ୍ ଆର୍ଥିକ ଅଭ୍ୟାସର ଗୁରୁତ୍ବ ବିଷୟରେ ସଚେତନ କରିଥିଲେ I ସାଇବର ଠକେଇ, ନକଲି ନିବେଶ ଯୋଜନା, ସନ୍ଦେହଜନକ ଲିକ୍, କ୍ଷତିକାରକ APK ଫାଇଲ୍, ସ୍ଫୁଟସ୍ ଆପ୍ (WhatsApp) ସ୍କାମ୍ ଏବଂ ଡିଜିଟାଲ୍ ଆରେଷ୍ଟ ଠକେଇ ପ୍ରତି ସତର୍କ ରହିବାକୁ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଯେକୌଣସି ସାଇବର ଅପରାଧ ଘଟଣାର ତୁରନ୍ତ ରିପୋର୍ଟ କରିବା ପାଇଁ ଜାତୀୟ ସାଇବର କ୍ରାଇମ୍ ହେଲ୍ଡଲାଇନ୍‌ ନମ୍ବର ୧୯୩୦ ରେ କଲ୍ କରିବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।

ନୂଆଗାଁର ଏଚ୍.ଏମ୍. କୁଞ୍ଜ ବିହାରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ମଧ୍ୟାହ୍ଣ ଅଧିବେଶନରେ ଅଧ୍ଯକ୍ଷା ଶ୍ରୀମତୀ କିରଣ ବାଳା ମହାନ୍ତି; ଅଭୟ ଚାନ୍ଦପୁର ଥାନାର ଆଇଆଇସି (NIC) ଶ୍ରୀ ସମୀର କୁମାର ରାଉତ ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧ ଶ୍ରୀ ସମୃତି ମନ୍ତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଶ୍ରୀ ଅରୁଣ କୁମାର ପରିଡ଼ା ଉପସ୍ଥିତ ଥିଲେ । ବଜାଜ୍ ଫାଇନାଙ୍କୁ ଲିମିଟେଡ୍ ଦ୍ବାରା ଆୟୋଜିତ ଏହି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମରେ, ସମ୍ମାନିତ ଅତିଥିମାନେ ସାଇବର ଠକେଇର ବଢୁଥିବା ବିପଦକୁ ଆଲୋକପାତ କରିଥିଲେ ଏବଂ ଡିଜିଟାଲ୍ ସଚର୍କତା, ସୁରକ୍ଷିତ ଆର୍ଥିକ ଅଭ୍ୟାସ ଏବଂ ସଠିକ୍ ନିଷ୍ପତ୍ତି ନେବାର ଗୁରୁତ୍ବ ଉପରେ ଜୋର ଦେଇଥିଲେ ।

ଯୁବବର୍ଗଙ୍କ ମଧ୍ୟରେ ଆର୍ଥିକ ସଚେତନ‌ତାର ଗୁରୁତ୍ବ ଉପରେ ଗୁରୁତ୍ୱରୋପ କରି ଅଧ୍ଯକ୍ଷା ଶ୍ରୀମତୀ କିରଣ ବାଳା ମହାନ୍ତି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ସମାଜର ମାର୍ଗଦର୍ଶକ I ସେ ଦର୍ଶାଇଥିଲେ ଯେ କମ୍ ବୟସରୁ ସଞ୍ଚୟ, ବଜେଟିଂ ଏବଂ ଅର୍ଥ ପରିଚାଳନାର ମୌଳିକ ବିଷୟ ଶିଖୁବା ଦ୍ବାରା ସେମାନେ ସଠିକ୍ ଆର୍ଥିକ ନିଷ୍ପତ୍ତି ନେବାରେ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ ପାଇପାରିବେ I

ଅଭୟ ଚାନ୍ଦପୁର ଥାନାର ଆଇଆଇସି ଶ୍ରୀ ସମୀର କୁମାର ରାଉତ, ଠକେଇର ଉନ୍ନତ କୌଶଳ ଉପରେ ଆଲୋକପାତ କରିଥିଲେ ଏବଂ ସଚେତନତା ତଥା ସତର୍କ ରହିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ I ସେ କହିଥିଲେ ଯେ ଯଦି କୌଣସି ଠକେଇ ହୁଏ, ତେବେ ଟୋଲ୍ ଫି ନମ୍ବର ୧୯୩୦ ରେ ରିପୋର୍ଟ କରାଯିବା ଉଚିତ୍।

ଅପରାହ୍ନରେ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତରେ ମଧ୍ୟ ଅନୁରୂପ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କବିତା ଦାସ ଏବଂ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ଜିଲ୍ଲା ପରିଷବ ତଥା କୁଞ୍ଜବିହାରୀ ମନ୍ଦିରର ପରିଚାଳନା ଟ୍ରଷ୍ଟି ଶ୍ରୀ ରାଜେନ୍ଦ୍ର କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଭାକୁ ସମ୍ବୋଧୂତ କରିଥିଲେ।

ବଜେଟିଂ କିପରି ଜୀବନର ମାନରେ ଉନ୍ନତି ଆଣିପାରିବ ଏବଂ ଭବିଷ୍ୟତକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବ ସେ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ I ଆବଶ୍ୟକତା ସମୟରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବାରେ ବୀମାର ଭୂମିକା ବୁଝାଇବା ସହ ବିଭିନ୍ନ ପ୍ରକାର ସାଇବର ଠକେଇ ବିଷୟରେ ଗ୍ରାମବାସୀଙ୍କୁ ସତର୍କ କରାଇଥିଲେ। ଡିଜିଟାଲ୍ ଆରେଷ୍ଟ ସ୍କାମ୍, ଜାଲ୍ ସ୍ବଟସ୍ ଆପ୍ (WhatsApp) ନିବେଶ ଗ୍ରୁପ, କ୍ଷତିକାରକ APK ଫାଇଲ୍ ଏବଂ ଅଯାଚିତ ଲିଙ୍କ୍ ଭଳି ନୂତନ ବିପଦ ସମ୍ପର୍କରେ ଶ୍ରୋତାମାନଙ୍କୁ ସତର୍କ କରାଇ, ଯେ କୌଣସି ଆର୍ଥିକ ଠକେଇ ଘଟିବାର ଗୁରୁତ୍ତ୍ୱପୂର୍ଣ ପ୍ରଥମ ଦୁଇ ଘଣ୍ଟା ମଧ୍ଯରେ ତୁରନ୍ତ ଜାତୀୟ ହେଲ୍ଡଲାଇନ୍‌ ନମ୍ବର ୧୯୩୦ ରେ ରିପୋର୍ଟ କରନ୍ତୁ ।

ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କବିତା ଦାସ କହିଛନ୍ତି, "ଆର୍ଥିକ ସାକ୍ଷରତା କେବଳ ଟଙ୍କା ବିଷୟରେ ବୁଝିବା ନୁହେଁ, ଏହା ଆପଣଙ୍କ ଆର୍ଥିକ ଭବିଷ୍ୟତ ପ୍ରତି ବିଶ୍ଵାସ ଗଠନ କରିବା । ଏହା ଏକ ଛୋଟ ଋଣ ହେଉ କିମ୍ବା ଏକ ବଡ଼ ବ୍ୟବସାୟିକ ନିବେଶ ହେଉ, ସମୟାନୁବର୍ତ୍ତୀ ପରିଶୋଧ ଆପଣଙ୍କ କ୍ରେଡିଟ୍ ଇତିହାସକୁ ସୁଦୃଢ଼ କରେ ଏବଂ ଜୀବନରେ ବଡ଼ ସୁଯୋଗ ପାଇଁ ବାଟ ଫିଟାଏ।" ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏଭଳି ସଚେତନତାମୂଳକ ପଦକ୍ଷେପ ପାଇଁ ସେ କୃତଜ୍ଞତା ମଧ୍ଯ ଜ୍ଞାପନ କରିଥିଲେ I

ଅର୍ଥସୂତ୍ର ସମ୍ବାଦ' ହେଉଛି ବଜାଜ୍ ଫାଇଜାକ୍ଟର ଏକ ପ୍ରମୁଖ ଆର୍ଥିକ ସାକ୍ଷରତା ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିବିଶେଷଙ୍କୁ ବ୍ୟବହାରିକ ଆର୍ଥିକ ଜ୍ଞାନ ସହିତ ସଶକ୍ତ କରିବା ଏବଂ ସମଗ୍ର ଗ୍ରାମୀଣ ଭାରତରେ ସମ୍ପ୍ରଦାୟ-ଭିଭିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୁଚିନ୍ତିତ ଆର୍ଥିକ ନିଷ୍ପତି ନେବାକୁ ଉତ୍ସାହିତ କରିବା I
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...