ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ
sumanta swain | 17 Nov 2026 | 5 min read | 3 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ପୋଥାପଡ଼ାସ୍ଥିତ ପ୍ରସିଦ୍ଧ ଶୈବ ପୀଠ କପିଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଆଜି ବରିଷ୍ଠ ନାଗରିକ , ପରମ୍ପରା ଓ ସଂସ୍କୃତିର ରକ୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି I ଶିକ୍ଷାବିତ୍ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହି ,ବର୍ତ୍ତମାନର ଆଧୁନିକ ଓ ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ବୟସ୍କ ବ୍ୟକ୍ତି ମାନେ କିପରି ସ୍ବାସ୍ଥ୍ୟଗତ ଓ ନିସଙ୍ଗତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମତବ୍ୟକ୍ତ କରିବା ସହିତ ବରିଷ୍ଠ ନାଗରିକ ମାନେ ସମାଜର ଅମୁଲ୍ୟ ସମ୍ପଦ ବୋଲି କହିଥିଲେ I ଯେଉଁମାନେ ନିଜର ସମସ୍ତ ସମୟ ପରିବାର ଓ ସମାଜ ଗଠନରେ ବିତାଇଦେଇଛନ୍ତି, ପରିଣତ ବୟସରେ ସେମାନଙ୍କୁ ଆଦୌ ଅବହେଳା କରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ବଂଶୀଧର ଆଚାର୍ଯ୍ୟ, ସତ୍ୟବାଦୀ ଦାସ, ରମେଶ ଚନ୍ଦ୍ର ସାହୁ, ବିଜୟ କୁମାର ରାଉତ, ବିଷ୍ଣୁ ଚରଣ ପରିଡ଼ା, ସୁରେଶ ଚନ୍ଦ୍ର ଜେନା, ରଜତ କୁମାର ପରିଡ଼ା, ପବିତ୍ର ମୋହନ ଗୋଚ୍ଛାୟତ , ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ସାହୁ, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ I ଶେଷରେ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

