ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍
News Prime Odisha | 16 Nov 2026 | 5 min read | 3 views
News Prime Odisha
କୁଜଙ୍ଗ ( ଏନ. ପି.ଓ ) : ଦିନରେ ଚରାଉଥିଲେ ଛେଳି ଓ ଘୁସୁରି । ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଟଙ୍କା ଲୁଟ । ଏପରିକି ସ୍ଥାନୀୟ ଲୋକଙ୍କ ସହିତ ରଖିଥିଲେ ଭଲ ସମ୍ପର୍କ, ଯେପରି କୌଣସି ଘଟଣାରେ ସାଧାରଣ ଲୋକଙ୍କ ସନ୍ଦେହ ହେବନାହିଁ ସେମାନଙ୍କ ଉପରେ । ଗତ କିଛିଦିନ ହେବ କୁଜଙ୍ଗ ପୋଲିସର ନିଦ ହଜାଇ ଦେଇଥିବା ଏକ ଚୋର ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି କୁଜଙ୍ଗ ପୋଲିସ । ଗତ ୬ ମାସ ମଧ୍ୟରେ ୧୬ ଜଣଙ୍କ ଘରୁ କଳା କନା ବୁଲାଇ ଦେଇଥିଲେ ଏହି ଚୋର ଗ୍ୟାଙ୍ଗ । କୁନା ଦାସ, ବିଦେଶୀ ଦାସ, ଇନ୍ଦ ଦାସ , ବର୍ଷା ଦାସ ଓ ବିଜୟ ଦାସ ଙ୍କ ସମେତ ଏମାନଙ୍କ ନିକଟରୁ ଚୋରି ସମାଗ୍ରୀ କିଣି ଥିବା ଅଭିଯୋଗରେ ସୁନା ବ୍ୟବସାୟୀ କାଶୀନାଥ ସାମଲଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୭୮ଟି ସୁନା ମୁଦି, ଆଠଟି ସୁନା ଚେନ, ଗୋଟିଏ କାନ ଫୁଲ ସହିତ ୩୮ ହଜାର ନଗଦ ଟଙ୍କା ମଧ୍ଯ ଜବତ କରିଛି ପୋଲିସ । ଏମାନେ ଛେଳି ଚରାଇବା ଓ ଘୁସୁରି ଜଗିବା ଅଭିନୟରେ ସିଦ୍ଧ ହସ୍ତ ଥିବାବେଳେ ଏମାନଙ୍କୁ ପୋଲିସ ଜାଣିବା ପାଇଁ ନାକେଦମ ହୋଇ ପଡିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଚୋରି ଗ୍ୟାଙ୍ଗ ର ସମସ୍ତ ସଦସ୍ୟ କେନ୍ଦ୍ରାପଡ଼ା ଅଞ୍ଚଳର ଏବଂ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ କେସ ମଧ୍ୟ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

