ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଆଜି ଆନ୍ତର୍ଜାତିକ ତଟ ସଫେଇ ଦିବସ ବା ୱାର୍ଲଡ କୋଷ୍ଟାଲ କ୍ଲିନଅପ ଡେ

News Prime Odisha | 19 Sep 2026 | 7 min read | 14 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଆଜି ଆନ୍ତର୍ଜାତିକ ତଟ ସଫେଇ ଦିବସ ବା ୱାର୍ଲଡ କୋଷ୍ଟାଲ କ୍ଲିନଅପ ଡେ। ୧୯୮୬ ମସିହାରେ ଓସିଏନ କଂଜରଭେସି ନାମକ ଏକ ସଂସ୍ଥା ଦ୍ବାରା ପ୍ରଥମେ ଆରମ୍ଭ ହୋଇଥିବା ଏହି ଦିବସ କୁ ୨୦୧୩ ମସିହାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଳନ କରୁଥିବା ବେଳେ ପ୍ରତି ବର୍ଷ ଓଡିଶା ଉପକୂଳ ବେଳାଭୂମିରେ ଏହି ଦିବସକୁ ପାଳନ ମଧ୍ୟ କରାଯାଉଛି। ଏହି ଦିବସ ବ୍ୟତୀତ ଅନ୍ୟ କିଛି ଦିନ ମଧ୍ୟ କିଛି ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ବାରା ସମୁଦ୍ର କୂଳ ସଫେଇ କରାଯାଉଥିବାର ନଜିର ରହିଛି। ପ୍ରତି ବର୍ଷ ସମୁଦ୍ରକୁ ୧୧ ମିଲିୟନ ମେଟ୍ରିକ ଟନ ଆବର୍ଜନା ପ୍ରବେଶ କରୁଥିବା ବେଳେ ଧୀରେ ଧୀରେ ଏହା ସମୁଦ୍ର ର ପାଣିକୁ ପ୍ରଦୂଷିତ କରି ସାରିଲାଣି। ୪୮୦ କିଲୋମୀଟର ସୁଦୀର୍ଘ ଓଡିଶା ଉପକୂଳ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଅନେକ ସଚେତନତା ପରେ ମଧ୍ୟ କିଛି ଅମାନିଆଙ୍କ ପାଇଁ ଏହି ଚିତ୍ର ସାମ୍ନାକୁ ଆସୁଛି। ସମୁଦ୍ର ପାଣିରେ ଏହି ଅଳିଆ ଆବର୍ଜନା ମିଶିବା ଫଳରେ ଅଲିବଲିଡ଼ଲେ କଇଁଛ ଓ ଇଲିଶି ଭଳି ସୁସ୍ୱାଦୁ ମାଛ ଏବେ ପାରାଦ୍ୱୀପ ଓ ଏହାର ନିକଟବର୍ତୀ ଉପକୂଳରୁ ମୁହଁ ଫେରାଇ ସାରିଲେଣି। ମତ୍ସ୍ୟ ଉତ୍ପାଦନ ମଧ୍ୟ ପୂର୍ବ ଅପେକ୍ଷା ଢେର କମି ସାରିଲାଣି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପାରାଦ୍ୱୀପ ସମୁଦ୍ର ଉପକୂଳ ନିକଟରେ ଥିଲେ ମଧ୍ୟ ଏହା କିଭଳି କାର୍ଯ୍ୟକରେ ତାହା ସେଇ ବିଭାଗକୁ ଜଣା। ବିଭାଗ କଠୋର ନହେଲେ କେବଳ କାଗଜ କଲମରେ ସୀମିତ ରହିଯିବ ବେଳାଭୂମି ସଫେଇର କଥା ଓ ଜଳ ପ୍ରଦୂଷଣ ନିଆଯନ୍ତ୍ରଣାର ଚିତ୍ର। ଗତ କିଛି ବର୍ଷ ହେବ ସମୁଦ୍ର ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣର ପର୍ଯ୍ୟଟକ ଆସୁଥିବା ବେଳେ କେବଳ ନିର୍ଦ୍ଧିଷ୍ଟ ଦିବସ ନୁହେଁ , ପ୍ରତି ଦିନ ଏହି ବେଳାଭୂମି ସଫେଇ କରାଯିବାର ଆବଶ୍ୟକତା ଥିବା କୁହାଯାଉଛି।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...