ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ପାରାଦ୍ଵୀପ ମ୍ୟୁନିସିପାଲଟି ର ୧୬ ନମ୍ବର ଓ୍ବାର୍ଡ ନୂଆବଜାର ଅଞ୍ଚଳରେ ବିଭାଗୀୟ ଅବହେଳା ଏବେ ଚରମ ସୀମାରେ

News Prime Odisha | 17 Oct 2026 | 5 min read | 4 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ବର୍ଷେ ହେଲା ଖରାପ ହେଲାଣି ସୋଲାର ଷ୍ଟ୍ରିଟ୍ ଲାଇଟ୍, ଦେଢ଼ମାସ ହେଲା ବନ୍ଦ ହୋଇ ପଡ଼ିଛି କଲୋନୀ ରେ ଲାଗିଥିବା ବିଦ୍ୟୁତ ଲାଇଟ୍ । ଅନ୍ଧାର ଯୋଗୁଁ ପାରାଦ୍ଵୀପ ମ୍ୟୁନିସିପାଲଟି ର ନୂଆ ବଜାର ଅଞ୍ଚଳ ରେ ଦୂର୍ଘଟଣା ଓ ଚୋରି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ଅଧିକାରୀ । ଲୋକଙ୍କ ସରକାରରେ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ପାରାଦ୍ଵୀପ ମ୍ୟୁନିସିପାଲଟି ର ୧୬ ନମ୍ବର ଓ୍ବାର୍ଡ ନୂଆବଜାର ଅଞ୍ଚଳରେ ବିଭାଗୀୟ ଅବହେଳା ଏବେ ଚରମ ସୀମାରେ । ସନ୍ଧ୍ୟା ହେଲେ ସମ୍ପୁର୍ଣ୍ଣ ନୂଆବଜାର ଅଞ୍ଚଳ ହୋଇପଡୁଛି ଅନ୍ଧକାର। ନା ଜଳୁଛି ସୋଲାର ଷ୍ଟ୍ରିଟ୍ ଲାଇଟ୍ ନାଁ ଜଳୁଛି ବିଦ୍ୟୁତ ଷ୍ଟ୍ରିଟ୍ ଲାଇଟ୍ । ରାସ୍ତା ଘାଟ ଅନ୍ଧାର ସାଙ୍ଗକୁ ରାସ୍ତା ଉପର ଗୋରୁ ଗାଈ ମାନଙ୍କ ଆଶ୍ରୟସ୍ଥଳୀ ପାଲଟୁଛି । ଫଳରେ ସ୍କୁଲ କଲେଜ ପିଲାମାନେ ସାଇକେଲ ନେଇ ଟିଉସନ ଯିବା ଆସିବା କରିବା ବିପଦଜନକ ହୋଇପଡିଛି । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଓ୍ବାର୍ଡ ର ପାରିଷଦ ବିଭାଗୀୟ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ ସନ୍ଧ୍ୟା ହେଲେ ହଜାର ହଜାର ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...