ପାରାଦୀପର ଶ୍ରମିକ ନେତା, ଯୁବ ଉଦ୍ୟୋଗପତି, ସମାଜସେବୀ ଓ ସାମ୍ବାଦିକ ସମ୍ବର୍ଦ୍ଧିତ
sumanta swain | 07 Nov 2026 | 3 min read | 4 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ର ଜଣାଶୁଣା ଶ୍ରମିକ ନେତା ତଥା ଗ୍ରୀନ ପାରାଦୀପ ଟ୍ରଷ୍ଟ ର ସଭାପତି ରାକେଶ କୁମାର ପଟ୍ଟନାୟକ, ଯୁବ ଉଦ୍ୟୋଗପତି ପ୍ରଭାକର ସାହୁ ଓ ପ୍ରୀତିରଞ୍ଜନ ମହାପାତ୍ର, ସମାଜସେବୀ ସୁଧାଂଶୁ ନାୟକ, ସାମ୍ବାଦିକ ସୁମନ୍ତ କୁମାର ସ୍ୱାଇଁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଗୁରବାର ସନ୍ଧ୍ୟାରେ କାକଟପୁର ର ଅସ୍ତରଙ୍ଗ ସ୍ଥିତ 'ମା ଲକ୍ଷ୍ମୀ କ୍ଲବ' ର ୪୭ତମ ନାଟ୍ୟ ପ୍ରତିଯୋଗିତା ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶେଷ ଅବଦାନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ବର୍ଦ୍ଧିତ ହେବା ପରେ ରାକେଶ ପଟ୍ଟନାୟକ ଙ୍କ ସମେତ ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତି ମନେ କ୍ଲବର ଏପରି ଆଭିମୁଖ୍ୟ କୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

