ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଜଗତସିଂହପୁର ଠାକୁରପାଟଣାରେ ରାମଲୀଳା ଓ ରାବଣପୋଡ଼ି ଉତ୍ସବ

sumanta swain | 09 Nov 2026 | 6 min read | 3 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ, ଧର୍ମର ଜୟ ଓ ଅଧର୍ମର ପରାଜୟର ବାର୍ତ୍ତା ନେଇ ଜଗତସିଂହପୁର ସ୍ଥିତ ଠାକୁରପାଟଣାଠାରେ ଉତ୍ସାହୀ ଗ୍ରାମୀଣ କଳାକାରମାନଙ୍କୁ ନେଇ ରାମଲୀଳା ଓ ରାବଣପୋଡ଼ି ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଲୁକ୍କାୟିତ ଥିବା କଳା ଓ ସାଂସ୍କୃତିକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ନୂତନ ପିଢ଼ି ମଧ୍ୟରେ ଆମ ପରମ୍ପରା ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ତଥା ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନପ୍ରାପ୍ତ ସୁଭାଷ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉତ୍ସବର ମୁଖ୍ୟ ଆୟୋଜକ ତଥା ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ, ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମେଡିକାଲର ଏଡିଏମ୍‌ଓ ଡାକ୍ତର ସରୋଜ କୁମାର ଜେନା, ସମ୍ମାନିତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦ ସ୍ମାରକ ଜୁନିଅର କଲେଜର ଅଧ୍ୟକ୍ଷ ସତ୍ୟଜିତ ସାହୁ ଏବଂ ଶୁଦ୍ଧାନନ୍ଦ ବିଦ୍ୟାଳୟର ପ୍ରିନ୍ସିପାଲ ବିଶ୍ୱଜିତ ସ୍ୱାଇଁ ଯୋଗଦେଇ ରାମଲୀଳାର ସାଂସ୍କୃତିକ ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ରାବଣପୋଡ଼ି ଉତ୍ସବ ମାଧ୍ୟମରେ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ପ୍ରଚାର କରାଯାଇଥିଲା । ତେବେ ଏହି ଉତ୍ସବ କେବଳ ବାହାରେ ରାବଣ ଦହନରେ ସୀମିତ ନ ରହି ମଣିଷ ନିଜ ମନ ଭିତରେ ଥିବା ଅହଂକାର, ଈର୍ଷା, କ୍ରୋଧ, ଲୋଭ ଓ ଘୃଣା ଭଳି ଅସତ୍ ପ୍ରବୃତ୍ତିକୁ ଦହନ କରିବାର ଆହ୍ୱାନ ଦେଇଥିଲା । ପ୍ରକୃତ ବିଜୟ ସେତେବେଳେ ହେବ, ଯେତେବେଳେ ମଣିଷ ଭିତରେ ମଣିଷପଣିଆର ବିଜୟ ହେବ—ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସହ ଉତ୍ସବର ପରିସମାପ୍ତି ଘଟିଥିଲା ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...