ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ସଂନ୍ତୋଷ ଭାରତୀ ସଭାପତି, ସୁଦର୍ଶନ ବିଶ୍ୱାଳ ସମ୍ପାଦକ ।
sumanta swain | 11 Nov 2026 | 6 min read | 4 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଉତ୍କଳ ସାମ୍ବାଦିକ ସଙ୍ଘ ଅନୁବନ୍ଧିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଙ୍ଘ, ପାରାଦ୍ୱୀପ ୟୁନିଟର କାର୍ଯ୍ୟକାରିଣୀ ବୈଠକ ପାରାଦୀପ ନୂଆବଜାରସ୍ଥିତ ପୋର୍ଟ କ୍ଲବ୍ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ମନୋଜ କୁମାର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ମାନସ କାନୁନଗୋ, ଜିଲ୍ଲା ସହ ସମ୍ପାଦକ ସିଧେଶ୍ୱର ସ୍ୱାଇଁ ଏହି ବୈଠକରେ ଯୋଗ ଦେଇଥିଲେ । ପାରାଦ୍ୱୀପ ୟୁନିଟ ର ଏହି କାର୍ଯ୍ୟକାରିଣୀ ବୈଠକରେ ନୂତନ କର୍ମକର୍ତା ଚୟନ ପର୍ବ ଅନୁଷ୍ଠିତ ହୋଇଥିଲା ।ସର୍ବସମ୍ମତିକ୍ରମେ ସନ୍ତୋଷ ଭାରତୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ପ୍ରଶାନ୍ତ କୁମାର ରାଉତ, ସାଧାରଣ ସମ୍ପାଦକ ସୁଦର୍ଶନ ବିଶ୍ଵାଳ, ସଙ୍ଗଠନ ସମ୍ପାଦକ ସୁମନ୍ତ ସ୍ଵାଇଁ, ସହସମ୍ପାଦକ ବିରଜା ସେଠୀ, କୋଷାଧ୍ୟକ୍ଷ ପ୍ରଭାସ ଦାସ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ଭାବେ ନାରାୟଣ ବେହେରା ଏବଂ ରତ୍ନାକର ଜେନା ମନୋନୀତ ହୋଇଥିଲେ । ସଂଘରେ ନୂତନ ସଦସ୍ୟ ଭାବେ ତ୍ରିଲୋଚନ ମହାପାତ୍ରଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଆଗାମୀ ଦିନରେ ସାମ୍ବାଦିମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ସଂଘ କାର୍ଯ୍ୟ କରିବ ବୋଲି ଜିଲ୍ଲା ସଭାପତି ମନୋଜ କୁମାର ଦାଶ କହିଛନ୍ତି । ପାରାଦ୍ୱୀପ ୟୁନିଟର ସଭାପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ଭାରତୀ ସାମ୍ବାଦିକମାନଙ୍କ ସମାଧାନ ଦିଗରେ ସମସ୍ତଙ୍କ ମତାମତକୁ ନେଇ ଆଗେଇବା ସହିତ ସୁବିଧା ଅସୁବିଧାରେ ଠିଆ ହେବାର ପ୍ରତିଶୃତି ଦେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

