ପାରାଦ୍ୱୀପ ରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରା ସ୍କ୍ରାପ ବେପାର
sumanta swain | 12 Nov 2026 | 4 min read | 4 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ବନ୍ଦର ନଗରୀ ପାରାଦ୍ଵୀପ ରେ ଲମ୍ବିଛି ଚୋରା ସ୍କ୍ରାପ ବ୍ୟବସାୟ । ବିଭିନ୍ନ କମ୍ପାନୀ ରୁ ଚୋରାରେ ସ୍କ୍ରାପ୍ ସଂଗ୍ରହ କରି ବାହାର କୁ ସପ୍ଲାଏ କରାଯାଉଛି। ଏପରିକି ପାରାଦ୍ଵୀପ ଆସୁଥିବା ଟ୍ରକ୍ ଗୁଡିକରୁ ବ୍ୟାଟେରୀ ଚୋରି କରି ଏହାକୁ ସ୍କ୍ରାପ ଭାବେ ବିକ୍ରି କରାଯାଉଛି। ଏଭଳି ଏକ ଚୋରା କାରବାର ର ଖୁଲାସା କରିଛି ଲକ୍ ଥାନା । କୌଣସି ସୂତ୍ରରୁ ଖବର ପାଇ ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଗୋଟିଏ ସ୍କ୍ରାପ୍ ବୋଝେଇ ଟ୍ରକ କୁ ଧରିବା ସହିତ ଏଥିରୁ ପାଖାପାଖି ୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଏଥିରେ ମୁଖ୍ୟତଃ ବିଭିନ୍ନ କମ୍ପାନୀ ର ତମ୍ବା, ରସ କଏଲ , ଚୋରା ବ୍ୟାଟେରୀ, ଗାଡ଼ି ପାର୍ଟସ ପ୍ରଭୁତି ସାମିଲ ରହିଛି। ବିନା କୌଣସି କାଗଜପତ୍ର ରେ ଏଗୁଡ଼ିକ କଲିକତା ଚାଲାଣ ହେଉଥିବା ସୂଚନା ମିଳିଛି। ଏହି ଘଟଣାରେ ଗାଡିର ଡ୍ରାଇଭର ବିହାର ରାଜ୍ୟର ମିଥିଲେଶ କୁମାର ଓ ଏହି ଚୋରା ସ୍କ୍ରାପ୍ ବ୍ୟବସାୟ କରୁଥିବା ପାରାଦ୍ଵୀପ ବାଉରିଆପାଳନ୍ଦା ର ଏସ କେ ନନ୍ଦୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲକ୍ ଥାନା ପୋଲିସ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

