ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଜଗତସିଂହପୁର ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ଯୋଡି ହେଲେ ୧୩୯୩୦ ନୂଆ ହିତାଧିକାରୀ

sumanta swain | 12 Nov 2026 | 17 min read | 5 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱରଠାରେ ରାଜ୍ୟସ୍ତରୀୟ UPMP ପୋର୍ଟାଲ ଉନ୍ମୋଚନ କରିବା ପରେ, ଆଜି ସ୍ଥାନୀୟ ଆଦିକଵି ସାରଳା ଦାସ ସଂସ୍କୃତି ଭବନଠାରେ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା ଶୁଭାରମ୍ଭ ତଥା Unified Pension Management Portal (UPMP) ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ UPMP ପୋର୍ଟାଲର ଜିଲ୍ଲା ସ୍ତରୀୟ ଉନ୍ମୋଚନ କରିବା ସହ ନୂତନ ହିତାଧିକାରୀମାନଙ୍କୁ ପେନସନ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ , ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ବିଶେଷ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ 'ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍' (UPMP) ସଚେତନତା ପରିକ୍ରମା ରଥର ଶୁଭାରମ୍ଭ କରାଯାଇଥିଲା ।

ସଭାରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବର ଅମାନବୀୟ ଓ ସମ୍ବେଦନହୀନ କୋଟା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ ଦେବାର ଯୁଗ ଆରମ୍ଭ ହୋଇଛି । ଆଜି ଜିଲ୍ଲାର ୮ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳର ମୋଟ ୧୩,୯୩୦ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି, ଯାହାଦ୍ୱାରା ଜିଲ୍ଲାରେ ମୋଟ MBPY ପେନସନ ହିତାଧିକାରୀଙ୍କ ସଂଖ୍ୟା ୧,୨୧,୨୮୯ ରେ ପହଞ୍ଚିଛି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣତା ବା ସାଚୁରେଶନ ହାସଲ କରିଛି । ସମାଜର ଶେଷ ବର୍ଗ ର ଲୋକଙ୍କ ପାଖରେ ସରକାରୀ ସୁବିଧା ସୁନିଶ୍ଚିତ କରିବା ହିଁ ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଵୃଦ୍ଧ ବୃଦ୍ଧା ମାନେ ଆତ୍ମ ସମ୍ମାନ ର ସହ ବଞ୍ଚିବାର ସୁଯୋଗ ପାଇବେ ।
ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ପରିପୂର୍ଣତା ବା ସାଚୁରେସନ ମୋଡ ରେ ଭତ୍ତା ବଣ୍ଟନ ପାଇଁ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ର ଶୁଭାରମ୍ଭ କରାଯାଇଛି ।ଏହା ଦ୍ଵାରା ନାଗରିକ ମାନେ ସହଜ ରେ ଭତ୍ତା ପାଇଁ ଆବେଦନ କରିପାରିବେ ଏବଂ ସ୍ଵୟଂ ଚାଳିତଭାବେ ଭତ୍ତା ପାଇପାରିବେ ବୋଲି କହିଥିଲେ ।
ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ତାଙ୍କର ପୁରୁଣା କଥା ମନେ ପକାଇ ଉପଜିଲ୍ଲାପାଳ ଥିବା ସମୟରେ କିଭଳି ଲୋକ ମାନେ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିଲେ ଏବଂ ସରକାରୀ କାର୍ଯ୍ୟଳୟ କୁ ଦୌଡୁ ଥିଲେ ତାର ତୁଳନା ବର୍ତ୍ତମାନର ସାଚୁରେସନ ମୋଡ ରେ ଭତ୍ତା ବଣ୍ଟନ ସହ କରି ମୁଖ୍ୟ ମନ୍ତ୍ରୀ ଙ୍କର ପଦକ୍ଷେପ କୁ ପ୍ରଶଂସା କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ମଧ୍ୟ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ।

ଏହି ପୋର୍ଟାଲ ଏବଂ upmp.gov.in ମାଧ୍ୟମରେ ଆବେଦନକାରୀମାନେ ନିକଟସ୍ଥ ଜନସେବା କେନ୍ଦ୍ର (CSC) କିମ୍ବା ବିଡିଓ କାର୍ଯ୍ୟାଳୟ ଜରିଆରେ ସ୍ୱଚ୍ଛତା ସହ ଅନଲାଇନ୍ ଆବେଦନ କରିପାରିବେ ଏବଂ ୮୦ ବର୍ଷ ବୟସ ପୂର୍ଣ୍ଣ ହେଲେ ସ୍ୱୟଂକ୍ରିୟ ଭାବେ ବର୍ଦ୍ଧିତ ୩,୫୦୦ ଟଙ୍କା ପେନସନ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ, ମୁଖ୍ୟ କାର୍ଯ୍ୟକ୍ରମ ଶେଷ ହେବା ପରେ ଜିଲ୍ଲାର ୮ଟି ବ୍ଲକରୁ ଆସିଥିବା ନୂତନ ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ନଗଦ ପେନସନ ଭତ୍ତା ପ୍ରଦାନ କରାଯାଇଥିଲା । ଏହାସହ ନଭେମ୍ବର ୧୩ ଏବଂ ୧୪ ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ଓ ULB ସ୍ତରରେ UPMP ପୋର୍ଟାଲ ଓ ମଧୁବାବୁ ପେନସନ ଯୋଜନାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହିତ ନଭେମ୍ବର ୨୦୨୬ ମାସଠାରୁ ପ୍ରତ୍ୟେକ ମାସରେ ମଧୁବାବୁ ପେନ୍‌ସନ୍ ଯୋଜନା ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ପେନ୍‌ସନ୍ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ପେନ୍‌ସନ୍ ରାଶି ନଗଦ ଆକାରରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗରୁ ସୂଚନା ମିଳିଛି ।

ଏହି ସଭାରେ ସାମାଜିକ ସୁରକ୍ଷା ଅଧିକାରିଣି ଶ୍ରୀମତୀ ମମତା ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ମାନିତ ଅତିଥି ମାନେ ବିଗତ ଅକ୍ଟୋବର ଏବଂ ନଭେମ୍ବର ୨ ମାସ ର ୨୦୦୦ ଟଙ୍କା ଲେଖାଏଁ ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ । ସଭା ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉଦାର ସୁନ୍ଦର ସ୍ଵାଇଁ ଧନ୍ଯବାଦ ଅର୍ପଣ କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...