ପାରାଦ୍ୱୀପ ପୋର୍ଟ ର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ମିଶ୍ର ଙ୍କ କ୍ଵାଟରରେ ସିବିଆଇ ରେଡ୍
News Prime Odisha | 14 Nov 2026 | 4 min read | 5 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ଵୀପ ବନ୍ଦର ର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଙ୍କ ଘରେ ସିବିଆଇ ର ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ ରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି । ଶ୍ରୀମନ ନାରାୟଣ ମିଶ୍ର ଙ୍କ ପାରାଦ୍ଵୀପ ସ୍ଥିତ ବନ୍ଦର କ୍ୱାଟର , ତାଙ୍କ ଦ୍ବାରା ପରିଚାଳିତ କାନମାସ ର ଅଫିସ ଗୃହରେ ମଧ୍ୟ ଚାଲିଛି ଚଢ଼ାଉ । ସିବିଆଇର ଦୁଇଟି ଟିମ୍ ପାରାଦ୍ୱୀପ ରେ ଚଢାଉ କରୁଥିବା ବେଳେ, ଭୁବନେଶ୍ୱର ର ରଘୁନାଥପୁର ରେ ଥିବା ଶ୍ରୀମନ ଙ୍କ ଘରେ ମଧ୍ୟ ଏକ ଟିମ୍ ଚଢାଉ କରୁଛି । ଏଥିସହିତ କୁଜଙ୍ଗ ଓ ଏରସମା ତହସିଲ ଅଧିନରେ ଥିବା ତାଙ୍କର ଥିବା ସମ୍ପତ୍ତି ର ମଧ୍ୟ ଯାଞ୍ଚ୍ କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଶ୍ରୀମନ ନାରାୟଣ ମିଶ୍ର ଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଅଭିଯୋଗ କରାଯାଇଥିଲା । ଉଭୟ ବିଭାଗର ନିର୍ଦ୍ଦେଶ ରେ ସିବିଆଇ ଆଜି ଏକକାଳୀନ ଶ୍ରୀମନଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଚଢ଼ାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସିବିଆଇ କୁ ମିଳିଥିବା ଜଣାପଡିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

