ସମ୍ପର୍କ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶିଶୁଦିବସ ପାଳିତ
sumanta swain | 14 Nov 2026 | 5 min read | 4 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ମ୍ୟୁନିସିପାଲିଟିର ୬ ନମ୍ବର ୱାର୍ଡ ଅନ୍ତର୍ଗତ ବାଉରିଆପାଳନ୍ଦା ବସ୍ତିରେ ସମ୍ପର୍କ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶିଶୁଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଛି।ଏହି ଅବସରରେ ସଂଗଠନର ସଦସ୍ୟମାନେ ବସ୍ତିରେ ଥିବା ଛୋଟ ଛୋଟ ପିଲାମାନଙ୍କୁ ଛବିଳ ବର୍ଣ୍ଣବୋଧ ବହି ଓ ବିସ୍କୁଟ ବଣ୍ଟନ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଉଜ୍ୱଳ ଗୋଲଦାର, ସମ୍ପାଦକ ପ୍ରକାଶ କୁମାର ମଲ୍ଲିକ, ଉପଦେଷ୍ଟା ଦେବପ୍ରସାଦ ସାହୁ, ଚନ୍ଦନ ଜେନା, ପ୍ରସାଦ ରାଉତ, ବିଶ୍ୱରଞ୍ଜନ କାଣ୍ଡି, ସୁକାନ୍ତ ସାହୁ, ଆଲୋକ ବଳ ଓ ବିଭୁପ୍ରସାଦ ରାଉତଙ୍କ ସମେତ ସଂଗଠନର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।
ଏଥିସହ ବସ୍ତିର ସମସ୍ତ ମୁରବି ଓ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଭଳି ସାମାଜିକ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

