ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ସିଦ୍ଧେଶ୍ୱର ମନ୍ଦିର ରୁ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା

sumanta swain | 15 Nov 2026 | 5 min read | 3 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଚୋରଙ୍କ ଟାର୍ଗେଟରେ ଏବେ ମନ୍ଦିର, ସାଧାରଣଲୋକଙ୍କ ଘର ସହ ଦେବାଦେବୀଙ୍କୁ ବି ଛାଡ଼ୁନାହାନ୍ତି ଚୋର | ଗତ କିଛି ଦିନ ପୂର୍ବରୁ ନିମିଢ଼ି ଗାଁ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଣି ଆଜି ପାରାଦ୍ଵୀପ ଗଡ଼ ପଞ୍ଚାୟତ ର ପ୍ରସିଦ୍ଧ ସିଦ୍ଧେଶ୍ୱର ଶିବ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ର ଗେଟ୍ ତାଲା ଭାଙ୍ଗି ଭିତରେ ପଶିବା ସହିତ ମନ୍ଦିର ର ହୁଣ୍ଡି ବାକ୍ସ କୁ ତାଡି କେହି ବାକ୍ସରେ ଥିବା ସମସ୍ତ ଦାନ ଟଙ୍କା ନେଇଯାଇଛି। ଗତ ତିନି ବର୍ଷ ହେଲା ମନ୍ଦିର ର ଦାନ ବାକ୍ସ ଖୋଲାଯାଇ ନଥିବା ବେଳେ ଏଥିରେ ପାଖାପାଖି ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଥିବା ଅନୁମାନ କରାଯାଉଛି। ଗତକାଲି ରାତି ୯ ଟା ରେ ପହଡ଼ ପଡ଼ିଥିବା ବେଳେ ପାଖାପାଖି ରାତି ୧୦ ଟା ପର୍ଯ୍ୟନ୍ତ ମନ୍ଦିର ବାହାରେ ଭଜନ କୀର୍ତ୍ତନ ଚାଲିଥିଲା। ରାତି ୪ ଟାରେ ଆଳତୀ କରିବା ପାଇଁ ପୂଜକ ଆସି ଦେଖିଥିଲେ ଗେଟ୍ ର ତାଲା ଭାଙ୍ଗିଛି ଏବଂ ହୁଣ୍ଡି ତଡ଼ା ଯାଇଛି। ସଙ୍ଗେ ସଙ୍ଗେ ମନ୍ଦିର ଟ୍ରଷ୍ଟି ଙ୍କୁ ଖବର ଦେବା ପରେ ଟ୍ରଷ୍ଟ ପକ୍ଷରୁ ପାରାଦ୍ଵୀପ ଲକ୍ ଥାନା ରେ ଏତେଲା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଚୋରି ରେ ମନ୍ଦିର ରେ ଥିବା ଠାକୁର ଙ୍କ ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ସଠିକ୍ ରହିଛି ଏବଂ ହୁଣ୍ଡିରେ ଥିବା ନୋଟ୍ ଗୁଡିକ କେହି ନେଇଯାଇଥିବା ମନ୍ଦିରର ପୂଜକ ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...