ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଦୁର୍ଗା ପୂଜା ପାଳନ ଉପଲକ୍ଷେ ଶାନ୍ତି କମିଟି ବୈଠକ

sumanta swain | 15 Oct 2026 | 9 min read | 8 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଉପ ଜିଲ୍ଲାପାଳ ଙ୍କ ପ୍ରକୋଷ୍ଠରେ ଦୁର୍ଗାପୂଜା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ । ବୈଠକରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଜଗତସିଂହପୁର ସହରରେ ଚଳିତ ଦୂର୍ଗା ପୂଜା, ରାବଣ ପୋଡ଼ି ଓ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା । ଗାଲୁପଡ଼ା ଠାରୁ ପୋଷ୍ଟ ଅଫିସ ଛକ, କଲେଜ ଛକ ଠାରୁ ଚାଟରା ବ୍ରିଜ , ଜୀରା ଠାରୁ ଚର୍ଚ୍ଚିକା ବଜାର, କୋର୍ଟ ଛକ ଠାରୁ ଓହଳ, ସାଥୀ ଭଉଣୀ ମେଢ଼ ଠାରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଜୟବଡ), ବଙ୍ଗଳା ଛକ ଠାରୁ ପୁରୋହିତପୁର, ଗାନ୍ଧି ଛକ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ରାସ୍ତା ମରାମତି ଆସନ୍ତା କାଲି ସୁଦ୍ଧା ଶେଷ କରିବାକୁ ଓ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ ଗୁଡ଼ିକୁ କାଟିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ପୂଜା ଆଉ ଦୁଇ ଦିନ ଥିବାରୁ ତ୍ୱରିତ ବେଗରେ ସମସ୍ତ କାର୍ଯ୍ୟ ସମାପନ ସହ ଏହାର ସାର୍ଟିଫିକେଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓହଳି ରହିଥିବା ବିଦ୍ୟୁତ ତାର କୁ ଉପରକୁ ଉଠାଇବା, ପୂଜା ବା ଭସାଣୀ ରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ,ଷ୍ଟ୍ରିଟ ଲାଇଟ୍ ମରାମତି, ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମେଢ଼ ନିକଟରେ ପୋଲିସ ମୁତୟନ କରିବା, ଦୂର୍ଗା ପୂଜା ସମୟରେ ଡିଜେ ନ ବଜାଇବା, ଅସ୍ଥାୟୀ ପୋଖରୀ ଖନନ କରିବା, ଦୂର୍ଗା ପୂଜା ସମୟରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲାଗୁ କରିବା, ପ୍ରତି ମେଢ଼ ନିକଟରେ ସଂପୃକ୍ତ କମିଟି ତରଫରୁ ସ୍ବେଛାସେବୀ ନିୟୋଜିତ କରିବା ଓ ଆବଶ୍ୟକ ସ୍ଥଳେ ସି ସି ଟି ଭି ଲଗାଇବା ,ଭସାଣୀ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା, ଭସାଣୀ ଦିନ ମେଢ଼ ଗୁଡ଼ିକ କ୍ରମାନ୍ୱୟରେ ବସିବା ଏବଂ ରାତ୍ର ୧୦ ଘଟିକା ସୁଦ୍ଧା ମୂର୍ତ୍ତି ବିସର୍ଜନ କରିବା ଇତ୍ୟାଦି ବିଷୟରେ ଆଲୋଚନା । ଏହି ବୈଠକରେ ଶାନ୍ତି କମିଟିର ସଦସ୍ୟ ଶ୍ରୀ ସତ୍ୟବ୍ରତ ମହାପାତ୍ର, ଶ୍ରୀ ବିନାୟକ ପଟ୍ଟନାୟକ,ଶ୍ରୀ ହେମନ୍ତ କୁମାର ରଥ,ଶ୍ରୀ ରତ୍ନାକର ବିଶ୍ଵାଳ,ଲାଲା ବିକ୍ରମ କେଶରୀ ରାୟ,ଶ୍ରୀ ରଶ୍ମିକାନ୍ତ ସାହୁ , ଶ୍ରୀରାମ କ୍ଲବ୍ ର ସମ୍ପାଦକ ଶ୍ରୀ ବିଜୟ ରାଉତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ,ପୌର ପରିଷଦର ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...