ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ୱୀପଠାରେ ବେଳାଭୂମି ସଫେଇ ଅଭିଯାନ

sumanta swain | 29 Sep 2026 | 7 min read | 12 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ଏହାର ସିଏସ୍ଆର୍ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ଗ୍ରୀନ୍’ ଅନ୍ତର୍ଗତ ଆଜି ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ଆଗାମୀ ପିଢ଼ି ପାଇଁ ଉପକୂଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବା ସହିତ ଏକ ସ୍ୱଚ୍ଛ ପରିବେଶ ଗଠନ ଦିଗରେ ସାମାଜିକ ଦାୟିତ୍ୱବୋଧ ଭାବନାକୁ ଜାଗ୍ରତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।
ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଭାବେଶ ଝା ପ୍ରମୁଖ ଉପସ୍ଥିତ ଥିଲେ। ଏଏମ୍/ଏନ୍ଏସ୍ ପୋର୍ଟସର କର୍ମଚାରୀ, ପୌରପାଳିକା ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ପାଖାପାଖି ୭୫ ଜଣ ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେମାନେ ବର୍ଜ୍ୟବସ୍ତୁ ସଂଗ୍ରହ କରି ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଫେରାଇ ଆଣିବାରେ ଯୋଗଦାନ ଦେଇଥିଲେ । ଏହି ଅଭିଯାନ ମାଧ୍ୟମରେ ୧୭୦ କିଲୋଗ୍ରାମରୁ ଅଧିକ ଆବର୍ଜନା ସଂଗ୍ରହ କରାଯାଇ ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ସ୍ୱଚ୍ଛ ବେଳାଭୂମି କେବଳ ପର୍ଯ୍ୟଟକମାନଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରେ ନାହିଁ, ବରଂ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଏହି ଅଞ୍ଚଳର ଆକର୍ଷଣ ବୃଦ୍ଧି କରି ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିଥାଏ ।
ପରିବେଶ ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଏମ୍/ଏନ୍ଏସ୍ ପୋର୍ଟସ୍ ସ୍ଥାନୀୟ ଲୋକମାନଙ୍କ ସହଭାଗିତାରେ ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । କମ୍ପାନୀ ଏକ ସ୍ୱଚ୍ଛ, ସବୁଜ ତଥା ନିରାପଦ ପରିବେଶ ଗଠନ ଦିଗରେ ନିଜର ପ୍ରତିବଦ୍ଧତା ପ୍ରତି ସର୍ବଦା ପ୍ରତିବଦ୍ଧ ରହିଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...