ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ପାରାଦ୍ଵୀପ ବନ୍ଦରରେ ଆଶ୍ରୟ ନେଲେ ଆନ୍ଧ୍ର ଓ ତାମିଲନାଡୁର ୭୫ ବୋଟ୍

News Prime Odisha | 23 Sep 2026 | 3 min read | 15 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଉପକୂଳ ମୁହାଁ ଗଭୀର ଅବପାତ । ଏହାର ପ୍ରଭାବରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଗଭୀର ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନେ ଏହି ଅବପାତ ରେ ଫସିଯାଇଛନ୍ତି । ଉଚ୍ଚ ଜୁଆର ଓ ବର୍ଷା ଯୋଗୁଁ କୂଳକୁ ଆସିବା ସମ୍ଭବ ନହେବାରୁ ସେମାନେ ପାରାଦ୍ଵୀପ ବନ୍ଦରରେ ଆଶ୍ରୟ ନେଇଛନ୍ତି । ବନ୍ଦର ନିଷିଦ୍ଧାଞ୍ଚଳ ଜେଟିରେ ଆନ୍ଧ୍ର ଓ ତାମିଲନାଡୁ ର ୭୫ ବୋଟ୍ ଆଶ୍ରୟ ନେଇଛନ୍ତି। ଏହି ବୋଟ୍ ଗୁଡ଼ିକ ରେ ପାଖାପାଖି ୨୦୦ ମତ୍ସ୍ୟଜୀବୀ ଅଛନ୍ତି । ପାରାଦ୍ଵୀପ ବନ୍ଦର ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଉଛି । ଅବପାତ କମିବା ପରେ ସେମାନେ ପାରାଦ୍ଵୀପ ବନ୍ଦର ଛାଡ଼ି ନିଜ ରାଜ୍ୟକୁ ଫେରିଯିବେ । ତେବେ ବର୍ତ୍ତମାନ ସୁଦ୍ଧା ପାରାଦ୍ଵୀପ ର କୌଣସି ବୋଟ୍ ସମୁଦ୍ରରେ ନଥିବା ସୂଚନା ମିଳିଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...