ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ । ୫୫ ଗ୍ରାମର ହେରୋଇନ ସହ ୯୪୦ ଗ୍ରାମର ଗଞ୍ଜେଇ ଜବତ ।

sumanta swain | 30 Oct 2026 | 10 min read | 6 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଶୁକ୍ରବାର ସକାଳ ସମୟରେ ବାଲିକୁଦା ଥାନା ଅଞ୍ଚଳର ଆମ୍ବଶାଳ ଚାରି ଛକରେ ଚଢାଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ରେଞ୍ଜ ।
ଆମ୍ବଶାଳ ବଜାର ରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ଖିତୀଶ ଦାସଙ୍କ ନେତୃତ୍ବରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଲାଇ ଏବଂ କର୍ମଚାରୀମାନଙ୍କ ସହଯୋଗରେ ଏକ ଟିମ ଚଢାଉ କରିଥିଲେ । ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳ ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଆମ୍ବଶାଳ ବଜାର ସ୍ଥିତ ଚାରିଛକ ନିକଟରୁ କାବୁ କରିନେଇଥିଲେ । ଯାଞ୍ଚ ପରେ ତାଙ୍କ ନିକଟରୁ ୫୫ ଗ୍ରାମର ବେଆଇନ ହେରୋଇନ, ଏକ ବଜାଜ ପଲସର ମୋଟରସାଇକେଲ (ନଂ- ଓଡି-୨୧-କ୍ୟୁ-୦୦୮୩) ଏବଂ ଏକ ଆଣ୍ଡ୍ରଏଡ ଫୋନ ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ଜଣକ ହେଲେ ଆମ୍ବଶାଳ ଗ୍ରାମର ହେମନ୍ତ ସାହୁଙ୍କ ଙ୍କ ପୁଅ ଶିବାନୀ ସାହୁ (୩୮) । ଜବତ ହେରୋଇନ ସହ ମୋଟରସାଇକେଲ ର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବାର ପ୍ରକାଶ କରିଛନ୍ତି ଜଗତସିଂହପୁର ରେଞ୍ଜ ଇନ୍ସପେକ୍ଟର ଖିତୀଶ ଦାସ । ଅଭିଯୁକ୍ତଙ୍କୁ ଜଗତସିଂହପୁର ଅବକାରୀ ରେଞ୍ଜ କେସ୍ ନଂ ୫୫୵୨୦୨୬-୨୭ରେ ଗିରଫ କରାଯାଇ ଏନ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ଋଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଙ୍କ ଅଦାଲତକୁ ଚାଲାଣ କରାଯାଇଛି ।

ସେହିପରି ଅନ୍ୟ ଏକ ଘଟଣାକ୍ରମେ ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ବରେ ଅଉ ଗୋଟିଏ ଟିମ୍ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଲିପଦା ଗ୍ରାମର ଗାଦି ମହାପୁରୁଷ ମନ୍ଦିର ପାଖରେ ଚଢାଉ କରି ୯୪୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ସେହି ଗ୍ରାମର ନରେନ୍ଦ୍ର କୁମାର ସାହୁଙ୍କୁ ତିର୍ତ୍ତୋଲ ଅବକାରୀ ଥାନାର କେସ୍ ନଂ ୮୭୵୨୦୨୬-୨୭ରେ ଗିରଫ କରି ଏନ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ଋଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ୍ ଙ୍କ ଅଦାଲତକୁ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ରେଞ୍ଜ ର କନଷ୍ଟେବଳ ଅନୁରାଗ ସୂର୍ୟବଂଶୀ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କନଷ୍ଟେବଳ ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ, ପ୍ରମୁଖ ସାମିଲ ଥିଲେ ।
ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...