ଅବକାରୀ ବିଭାଗକୁ ବଡ ସଫଳତା । ମୋଷ୍ଟ ୱାଣ୍ଟେଡ଼ ସୂର୍ଯ୍ୟ ଗିରଫ। ୧୦୩ ଗ୍ରାମର ହେରୋଇନ, ମୋଟରସାଇକେଲ, ନଗଦ ୪୧ ହଜାର ଟଙ୍କା ଜବତ। ।
sumanta swain | 12 Nov 2026 | 11 min read | 5 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ବିରିଡି ଥାନା ସରାଇକଣା ଗ୍ରାମରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୧୦୩ ଗ୍ରାମର ହେରୋଇନ୍, ନଗଦ ୪୧,୧୦୦୵- ଟଙ୍କା ଏବଂ ଏକ ଟି ଭି ଏସ୍ ରାଇଡର ମୋଟରସାଇକେଲ (ନଂ- ଓଡ଼ି-୨୧-ପି-୫୭୭୦) ଜବତ କରାଯାଇଛି । ସୂଚନାଯୋଗ୍ୟ ବିରିଡି ଥାନା ସରାଇକଣା ଗ୍ରାମର ଜେନାମଣି ସୂର୍ଯ୍ୟମାଧବ କେଶରୀ ବଳବନ୍ତରାୟ @ ସୂର୍ଯ୍ୟ ଜଣେ ପେଶାଦାର ବ୍ରାଉନସୁଗାର ବେପାରୀ ହୋଇଥିବାବେଳେ ଦୀର୍ଘ ଦିନ ଧରି ସରାଇକଣା ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ସେ ଅବକାରୀ ବିଭାଗ ର ସ୍କାନରରେ ଥିଲା । ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା । ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ପ୍ରାଶାନ୍ତ ଙ୍କ ସର୍ମ୍ପକରେ ତଥ୍ୟ କରିଥିଲେ ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ । ଗ୍ରାହକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ସେ ଆଜି ହେରୋଇନ ରଖିଥିବାର ସୂଚନା ପାଇବା ପରେ ସକାଳ ସମୟରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ । ସରାଇକଣା ଗ୍ରାମର ରାଧାକୃଷ୍ଣ ମନ୍ଦିର ଠାରେ ଆଜି ସେ ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବାପାଇଁ ଅପେକ୍ଷା କରିଥିବାବେଳେ ଗ୍ରାହକ ବେଶରେ ଛଦ୍ମବେଶରେ ଥିବା ଅବକାରୀ ବିଭାଗର କର୍ମଚାରୀମାନେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ । ଗିରଫ ଅଭିଯୁକ୍ତ ଜଣକ ହେଲେ ସରାଇକଣା ଗ୍ରାମର ସୁକାନ୍ତ କେଶରୀ ବଳବନ୍ତରାୟଙ୍କ ପୁଅ ସୂର୍ଯ୍ୟମାଧବ କେଶରୀ ବଳବନ୍ତରାୟ (୩୭) । ମୋଟରସାଇକେଲ ସହ ଜବତ ସାମଗ୍ରୀର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୧୧ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ସଂଖ୍ୟା ୨୦୯୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି । ଅଭିଯୁକ୍ତଙ୍କ ନାମରେ ପୂର୍ବ ରୁ ଅବକାରୀ ବିଭାଗରେ ବହୁ ମାମଲା ଥିବାର ଜଣା ପଡିଛି ।
ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ଜଗତସିଂହପୁର ଅଞ୍ଚଳରେ ସକ୍ରିୟ ନିଶା ବ୍ୟବସାୟୀଙ୍କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ଓ ହେରୋଇନ ବେପାର ସହ ଜଡିତ ତଥା ସିଣ୍ଡିକେଟ ର ମାଷ୍ଟରମାଇଣ୍ଡ କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

