ତିର୍ତ୍ତୋଲ ବ୍ଲକରେ ବ୍ୟାପକ ଅନିୟମିତତା ନେଇ ବ୍ଲକ ଆସିଛୁ ଜବାବ ମାଗୁଛୁ ସ୍ଲୋଗାନ ନେଇ ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା
sumanta swain | 09 Nov 2026 | 5 min read | 5 views
News Prime Odisha
ତିର୍ତୋଲ ( ଏନ. ପି.ଓ ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ବ୍ୟାପକ ଅନିୟମିତତା ନେଇ ବ୍ଲକ ଆସିଛୁ ଜବାବ ମାଗୁଛୁ ସ୍ଲୋଗାନ ନେଇ ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣାଅନୁଷ୍ଠିତ ହୋଇ ଯାଇଛି ।
ତିର୍ତ୍ତୋଲ ବ୍ଲକରେ ଭତ୍ତା , ଆବାସ ଯୋଜନା,ରାସନ କାର୍ଡ , ସୁଭଦ୍ରା ଯୋଜନାରେ ବ୍ୟାପକ ଅନିୟମିତତା ହେବା ସହ ବ୍ଲକ ସ୍ତରରେ ଦୁର୍ନୀତି ,ଭଷ୍ଟାଚାର ଓ ରାଜନୈତିକ ଭେଦଭାବ ସହ ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟାର ଅଭିଯୋଗ ନେଇ ଏହି ଧାରଣା ଦିଆଯାଇଛି । ଅତୀତରେ ଏସବୁ ସମାଧାନ ନେଇ ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇନାହିଁ । ଏହି ସମସ୍ୟା ଜିଲ୍ଲାର ସମସ୍ତ ବ୍ଲକରେ ଲାଗି ରହିଛି । ଯଦି ଭବିଷ୍ୟତରେ ଏହାର ସମାଧାନ ନ କରାଯାଏ ତେବେ କଂଗ୍ରେସ ପକ୍ଷରୁ ସମସ୍ତ ବ୍ଲକରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଦେବପ୍ରସାଦ ନାୟକ, ହିମାଂଶୁ ଭୂଷଣ ମଲ୍ଲିକ, ଅଶୋକ କୁମାର ଦାସ ବିଧାୟକ ବାସୁଦେବପୁର, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଙ୍କ ସହ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

